Krushak Assistance for Livelihood and income Augmentation Scheme (2024)

ଆପଣଙ୍କ ପ୍ରଶ୍ନ

୧ - କୃଷକ ପରିବାର କହିଲେ ଆମେ କଣ ବୁଝୁ ?

କାଳିଆ ଯୋଜନା ଅନୁଯାୟୀ କୃଷକ ପରିବାର କହିଲେ ଗୋଟିଏ ପରିବାରର ଯେଉଁ ସଦସ୍ୟ ମାନେ ଗୋଟିଏ ରାଶନ କାର୍ଡ ର ଅନ୍ତର୍ଭୁକ୍ତ ।

୨ - ଭୂମିହୀନ କୃଷି ଶ୍ରମିକ ପରିବାର କହିଲେ ଆମେ କଣ ବୁଝୁ ?

ଯେଉଁ ପରିବାରର ନିଜସ୍ଵ ଜମି ନଥିବ ଓ ସେମାନେ କୃଷି କର୍ମରେ ୬ ମାସରୁ ଅଧିକ ସମୟ ନିଯୋଜିତ ହୋଇ ପରିବାର ପୋଷଣ କରୁଥିବେ ସେମାନେ ଭୂମିହୀନ କୃଷି ଶ୍ରମିକ ପରିବାର ଅନ୍ତର୍ଭୁକ୍ତ ହେବେ ।

୩ - ଅଙ୍ଗନବାଡି କର୍ମୀ ମାନେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ କି ?

ଅଙ୍ଗନବାଡି କର୍ମୀ ମାନେ ସରକାରଙ୍କର ପୂର୍ଣ ସମୟ ସରକାରୀ କର୍ମଚାରୀ ନୁହନ୍ତି । ତେଣୁ ସେମାନେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ, ଯଦି ସେମାନେ କାଳିଆ ର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିବେ ।

୪ - ବର୍ତ୍ତମାନ କାଳିଆ ଯୋଜନାର କେଉଁ ସବୁ କାର୍ଯ୍ୟକ୍ରମ ମାନ ଗ୍ରାମ ପଞ୍ଚାୟତ ସ୍ତରରେ ଚାଲୁ ଅଛି ?

  • ହିତାଧିକାରୀ ତାଲିକା ପ୍ରଦର୍ଶନ ଓ ଯାଞ୍ଚ
  • ଯେଉଁ ମାନେ ଦରଖାସ୍ତ କରି ଚୟନ ହୋଇ ନାହାନ୍ତି ସେମାନଙ୍କ ତାଲିକା ଯାଞ୍ଚ, ସ୍ଵତଃ ବାଦ ପ୍ରକ୍ରିୟା ଓ ପଞ୍ଚାୟତ ସ୍ତରରେ ଉପଲବ୍ଧ ସବୁଜ ଦରଖାସ୍ତ ଫର୍ମରେ ଲିଖିତ ଆଧାର ତଥ୍ୟ ଓ ବ୍ୟାଙ୍କ ଖାତାର ତଥ୍ୟ ମେଳକ କାର୍ଯ୍ୟ ।
  • କମ ହିତାଧିକାରୀ ଥିବା ଗ୍ରାମ ପଞ୍ଚାୟତରେ ନୂତନ ଦରଖାସ୍ତ ଫର୍ମ ଗ୍ରହଣ । ଏତଦ ବ୍ୟତୀତ :
  • ଅନ୍ୟ ପଞ୍ଚାୟତର କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନେ କାଳିଆ ଅନଲାଇନ ରେ ନୂତନ ଦରଖାସ୍ତ ଫର୍ମ ଦାଖଲ କରି ପାରିବେ ।

୫ - ପଞ୍ଚାୟତ ସ୍ତରରେ କେତେ ସମୟ ପର୍ଯ୍ୟନ୍ତ ଏହି କାଳିଆ କାର୍ଯ୍ୟକ୍ରମ ଚାଲିବ ?

ଉପରୋକ୍ତ କାଳିଆ କାର୍ଯ୍ୟକ୍ରମ ଗୁଡିକ ୬ ଅଗଷ୍ଟ ୨୦୧୯ ଠାରୁ ୨୭ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ ଚାଲୁ ରହିବ ।

୬ - ଏହି ହିତାଧିକାରୀ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ସେବା ସମବାୟରେ ପ୍ରଦର୍ଶିତ ହେବା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଏହା ଉପଲବ୍ଧ ହେବା ପାଇଁ ସରକାରଙ୍କର ତରଫରୁ ବ୍ୟବସ୍ଥା କରାଯାଇଅଛି କି ?

ହଁ, ସରକାରଙ୍କ କୃଷି ଓ କୃଶକ ସଶକ୍ତିକରଣ ବିଭାଗ ତରଫରୁ କାଳିଆ ୱେବ ପୋର୍ଟାଲ www.kalia.co.in ରେ ଏହା ଉପଲବ୍ଧ କରାଯାଇଅଛି ।

୭ - ଯଦି ଜଣେ ହିତାଧିକାରୀଙ୍କ ନାମ ପ୍ରଦର୍ଶିତ ତାଲିକାରେ ଥାଏ କିନ୍ତୁ ସେ ତାଙ୍କ ବ୍ୟାଙ୍କ ଖାତାରେ କାଳିଆ ସହାୟତା ରାଶି ପାଇ ନଥାନ୍ତି ତେବେ ସେ କଣ କରିବେ ?

ଯଦି କୌଣସି ହିତାଧିକାରୀଙ୍କର ନାମ ପ୍ରଦର୍ଶିତ ତାଲିକାରେ ଥାଇ ସେ ସହାୟତା ପାଇ ନଥାନ୍ତି ତେବେ ତାଙ୍କ ବ୍ୟାଙ୍କ ଖାତାର ତଥ୍ୟ ଭୁଲ ଥିବା ଅନୁମାନ କରାଯାଏ ତେଣୁ ସେ ତାଙ୍କର ଆଧାର ତଥ୍ୟ ଓ ବ୍ୟାଙ୍କ ଖାତାର ତଥ୍ୟ ନକଲ ସହ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ।

୮ - ଯଦି ଜଣେ ହିତାଧିକାରୀ କାଳିଆ ସହାୟତା ରାଶି ପାଇବା ପାଇଁ ଇଚ୍ଛୁକ ନୁହନ୍ତି ତେବେ ସେ କଣ କରିବେ ?

ଯେଉଁ ହିତାଧିକାରି କାଳିଆ ସହାୟତା ରାଶି ଗ୍ରହଣ କରିବା ପାଇଁ ଇଚ୍ଛୁକ ନୁହନ୍ତି ସେ ଏହି ରାଶି ଫେରସ୍ତ ନିମନ୍ତେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରି ସରକାରଙ୍କ ନିର୍ଧାରିତ କାଳିଆ ଆକାଉଣ୍ଟ ରେ ଏହି ରାଶି ଫେରସ୍ତ କରି ପାରିବେ । ଏହି ଦରଖାସ୍ତ ଫର୍ମ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ଠାରୁ ସଂଗ୍ରହ କରି ପାରିବେ କିମ୍ବା kalia.co.in ରେ ଉପଲବ୍ଧ ଫର୍ମ କୁ ଡାଉନଲୋଡ କରି ପାରିବେ ।

ସହାୟତା ରାଶି ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ :-

ନିର୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା
ଭାରତୀୟ ଷ୍ଟେଟ ବ୍ୟାଙ୍କ, ସଚିବାଳୟ ଶାଖା
ବ୍ୟାଙ୍କ ଖାତା ନମ୍ବର – 38474500762,
IFSC Code – SBIN0010236

୯ - ବର୍ତ୍ତମାନ ପଞ୍ଚାୟତ ସ୍ତରରେ କାଳିଆର ଯେଉଁ କାର୍ଯ୍ୟକ୍ରମ କରାଯାଉଅଛି, ତାହା ସବୁ କଣ ?

ବର୍ତ୍ତମାନ ପଞ୍ଚାୟତ ସ୍ତରରେ କାଳିଆର ଯେଉଁ କାର୍ଯ୍ୟକ୍ରମମାନ କରାଯାଉଅଛି, ତାହା ସବୁ

  • ପଞ୍ଚାୟତ ସ୍ତରରେ କାଳିଆ ହିତାଧିକାରୀ ତାଲିକା ସାର୍ବଜନୀନ
  • କାଳିଆ ମାନଦଣ୍ଡ ବ୍ୟବହ।ର କରି ଯୋଗ୍ୟ / ଅଯୋଗ୍ୟ ହିତାଧିକାରୀ ଚୟନ ଓ ବାଦ ପ୍ରକ୍ରିୟା
  • ପଞ୍ଚାୟତରେ ଉପଲବ୍ଧ ସବୁଜ ଦରଖାସ୍ତ ଚିଠାରେ ଆଧାର ଓ ବ୍ୟାଙ୍କ ତଥ୍ୟ ତନଖି ଓ ଅଧୁନାତନ
  • ତଥା କମ ହିତାଧିକାରୀ ଥିବା ନିର୍ଦ୍ଧିଷ୍ଟ ପଞ୍ଚାୟତରେ କାଳିଆ ଦରଖାସ୍ତ ଫର୍ମ ଗ୍ରହଣ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କର ତରଫରୁ ଯେଉଁ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କୁ ଚୟନ କରାଯାଇ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି ସେମାନଙ୍କ ତାଲିକା ପଞ୍ଚାୟତ ସ୍ତରରେ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯାଉଛି ।

ଏହି ତାଲିକାରେ ଯେଉଁ ମାନେ କାଳିଆ ସହାୟତା ରାଶି ପାଇବା ପାଇଁ ଯୋଗ୍ୟ ନୁହନ୍ତି ସେମାନଙ୍କୁ ବାଦ ଦେବା ପାଇଁ ଦରଖାସ୍ତ ଫର୍ମ ସମ୍ପୃକ୍ତ ପଞ୍ଚାୟତର ନୋଡାଲ ଅଧିକାରୀଙ୍କ ନିକଟରେ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଅଛି ।

୧୦ - ଏହି କାର୍ଯ୍ୟକ୍ରମ କେତେ ଦିନ ପର୍ଯ୍ୟନ୍ତ ଚାଲିବ ?

ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମ ୬ ଅଗଷ୍ଟ ୨୦୧୯ ଠାରୁ ୧୪ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ ।

୧୨ - ପଞ୍ଚାୟତ ସ୍ତରରେ ଉପଲବ୍ଧ ହିତାଧିକାରୀ ତାଲିକା ବାଦ ଏହି ତାଲିକା ଜାଣିବା ପାଇଁ ସରକାରଙ୍କ ତରଫରୁ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇଛି କି ?

ହଁ, ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୱେବସାଇଟ kalia.co.in ରେ ଏହି ତାଲିକା ମଧ୍ୟ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ ।

୧୩ - ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିଲକ୍ଷିତ ହୁଅନ୍ତି, ତେବେ କୌଣସି ତୃତୀୟ ବ୍ୟକ୍ତି ତାଙ୍କ ନାମରେ ଆପତ୍ତି ପତ୍ର ଦାଖଲ କରି ପାରିବେ କି ?

ହଁ, କାଳିଆ ହିତାଧିକାରୀ ବାଦ ଯେ କୌଣସି ସର୍ବସାଧାରଣ କୌଣସି ଅଯୋଗ୍ୟ ହିତାଧିକାରୀଙ୍କ ସମ୍ବନ୍ଧରେ ତାଙ୍କୁ ବାଦ ଦେବା ପାଇଁ ଆପତ୍ତି ପତ୍ର ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ନିକଟରେ ଦାଖଲ କରି ପାରିବେ । ଏଥିରେ ଆପତ୍ତି ପତ୍ର ଦେଇଥିବା ଅଭିଯୋଗକାରୀଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ଗୋପନ ରଖାଯିବ ।

୧୪ - ଜଣେ ବ୍ୟକ୍ତିଙ୍କୁ କାଳିଆ ହିତାଧିକାରୀରୁ ଅଯୋଗ୍ୟ ବୋଲି ଆମେ କିପରି ବିବେଚନା କରିବା ?

ନିମ୍ନଲିଖିତ ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତି ବିଶେଷ କାଳିଆ ହିତାଧିକାରୀଙ୍କୁ ଆମେ ଅଯୋଗ୍ୟ ବିବେଚିତ କରିବା ।

  • ଯେଉଁମାନେ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇନଥିବେ ।
  • ଯେଉଁମାନେ ବଡ ଚାଷୀ ହୋଇଥିବେ (ଯେଉଁ ମାନଙ୍କର ୫ ଏକର ରୁ ଅଧିକ ଚାଷ ଜମି ଥିବ) ।
  • ପରିବାରର ମୁଖ୍ୟ କିମ୍ବା ତାଙ୍କ ସ୍ତ୍ରୀ / ସ୍ଵାମୀ ରାଜ୍ୟ ସରକାର / କେନ୍ଦ୍ର ସରକାର କିମ୍ବା କୌଣସି ସରକାରୀ ଅନୁଦାନ ପ୍ରାପ୍ତ ଉଦ୍ୟୋଗର କର୍ମଚାରୀ କିମ୍ବା ପେନସନ ଭୋଗୀ ହୋଇଥିବେ ।
  • ଚାଷୀ କିମ୍ବା ତାଙ୍କ ସ୍ଵାମୀ / ସ୍ତ୍ରୀ ଆୟକରଦାତା ହୋଇଥିବେ ।
  • ସେମାନେ ସହରାଞ୍ଚଳ କିମ୍ବା ବିଜ୍ଞାପିତ ପରିଷଦ ଅଞ୍ଚଳର ଅଧିବାସୀ ହୋଇଥିବେ ।
  • ଚାଷୀ କୌଣସି ପୂର୍ବତନ କିମ୍ବା ବର୍ତ୍ତମାନ ସାମ୍ବିଧାନିକ ପଦବୀ ଅଳଙ୍କୃତ କରୁଥିବେ ଯଥା ମନ୍ତ୍ରୀ, ଏମ.ପି., ଏମ.ଏଲ.ଏ., ମେୟର, ଜିଲ୍ଲା ପରିଷଦ ଅଧକ୍ଷ୍ୟ ଆଦି ।
  • ଚାଷୀ କୌଣସି ପଞ୍ଜୀକୃତ ବୃତ୍ତିଧାରୀ ହୋଇଥିବେ ଯଥା ଓକିଲ, ଡାକ୍ତର, ଇଞ୍ଜିନିୟର, ଚାଟାର୍ଡ ଆକାଉନଟାଣ୍ଟ, ସ୍ଥପତି (Architect) ଇତ୍ୟାଦି ।
  • ଚାଷୀ ନାବାଳକ ହୋଇଥିଲେ ।
  • ଚାଷୀଙ୍କର ମୃତ୍ୟୁ ଘଟିଥିଲେ ।
  • କୌଣସି ଚାଷୀଙ୍କୁ ଏକାଧିକ ଥର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲେ ।
  • କୌଣସି ବ୍ୟକ୍ତି କାଳିଆ ସହାୟତା ଗ୍ରହଣ କରିବା ପାଇଁ ଇଚ୍ଛୁକ ନଥିଲେ ।
  • ପରିବାରର ଏକାଧିକ ବ୍ୟକ୍ତି କାଳିଆ ସହାୟତା ପାଇଥିଲେ ।
  • ହିତାଧିକାରୀଙ୍କ ନାମରେ କୌଣସି ବ୍ୟକ୍ତି ସେହି ଅଞ୍ଚଳର ନଥିଲେ ।
  • ହିତାଧିକାରୀଙ୍କର ଚାଷ ଜମି ଥାଇ ଭୂମିହୀନ କୃଷି ଶ୍ରମିକ ଭାବରେ ସହାୟତା କିମ୍ବା ଭୂମିହୀନ କୃଷି ଶ୍ରମିକ ହୋଇ କ୍ଷୁଦ୍ର ନାମମାତ୍ର ଚାଷୀ ଭାବରେ ସହାୟତା ରାଶି ପାଇଥିଲେ ।

୧୫ - କାଳିଆ ହିତାଧିକାରୀ ତାଲିକାରେ ନାମ ଥାଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କାଳିଆ ସହାୟତା ରାଶି ପାଇ ନାହାନ୍ତି, ହିତାଧିକାରୀ କଣ କରିବେ ?

ନିକାଳିଆ ହିତାଧିକାରୀ ତାଲିକାରେ ନାମ ଥାଇ ବର୍ତ୍ତମାନ ସୁଦ୍ଧା ଯେଉଁ ମାନେ ସହାୟତା ରାଶି ପାଇ ନାହାନ୍ତି ସେମାନଙ୍କର ବ୍ୟାଙ୍କ ତଥ୍ୟ ରେ ଭୁଲ ଯୋଗୁଁ ସହାୟତା ରାଶି ପ୍ରାପ୍ତି ହୋଇ ନାହିଁ । ସେହି ହିତାଧିକାରୀ ମାନଙ୍କ ବ୍ୟାଙ୍କ ତଥ୍ୟ ପଞ୍ଚାୟତ ସ୍ତରରେ ସୁଧାର ନିମନ୍ତେ କାର୍ଯ୍ୟ ଚାଲୁ ରହିଅଛି । ସେହି ହିତାଧିକାରୀ ମାନଙ୍କୁ ଅନୁରୋଧ ସେମାନେ ତାଙ୍କର ଆଧାର କାର୍ଡ ର ନକଲ ଓ ବ୍ୟାଙ୍କ ପାସ ବହି ପ୍ରଥମ ପୃଷ୍ଠାର ନକଲ (ଯାହାକି ହିତାଧିକାରୀଙ୍କ ଚାଲୁ ସଞ୍ଚୟ ଜମା ଖାତା ହୋଇଥିବ ଏବଂ ଜନଧନ କିମ୍ବା ଲୋନ ଆକାଉଣ୍ଟ ହୋଇନଥିବ) ସଂଯୋଗ କରି ପଞ୍ଚାୟତ ନୋଡାଲ ଅଧିକାରୀଙ୍କୁ ଅନୁରୋଧ ପତ୍ର ଦିଅନ୍ତୁ ।

୧୬ - ଜଣେ ହିତାଧିକାରୀ କାଳିଆ ସହାୟତା ରାଶି ଗ୍ରହଣ କରିବା ପାଇଁ ଇଚ୍ଛୁକ ନୁହନ୍ତି, ସେ କଣ କରିବେ ?

ଯେଉଁ ହିତାଧିକାରି କାଳିଆ ସହାୟତା ରାଶି ଗ୍ରହଣ କରିବା ପାଇଁ ଇଚ୍ଛୁକ ନୁହନ୍ତି ସେ ଏହି ରାଶି ଫେରସ୍ତ ନିମନ୍ତେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗଯୋଗ କରି ସରକାରଙ୍କ ନିର୍ଧାରିତ କାଳିଆ ଆକାଉଣ୍ଟ ରେ ଏହି ରାଶି ଫେରସ୍ତ କରି ପାରିବେ । ଏହି ଦରଖାସ୍ତ ଫର୍ମ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ଠାରୁ ସଂଗ୍ରହ କରି ପାରିବେ କିମ୍ବା kalia.co.in ରେ ଉପଲବ୍ଧ ଫର୍ମ କୁ ଡାଉନଲୋଡ କରି ପାରିବେ ।

  • ସହାୟତା ରାଶି ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ :-
  • ନିର୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା
  • ଭାରତୀୟ ଷ୍ଟେଟ ବ୍ୟାଙ୍କ, ସଚିବାଳୟ ଶାଖା
  • ବ୍ୟାଙ୍କ ଖାତା ନମ୍ବର – 38474500762
  • IFSC Code – SBIN0010236

୧୭ - ଜଣେ ହିତାଧିକାରୀ କାଳିଆ ରାଶି ପାଇ ସାରିଥିଲେ ମଧ୍ୟ ସେ ନିଜକୁ ଅଯୋଗ୍ୟ ବିବେଚିତ ମନେ କରୁଛନ୍ତି, ସେ କଣ କରିବେ ?

ପ୍ରଥମେ ସେ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ତାଙ୍କ ନାମକୁ ଏହି ତାଲିକାରୁ ବାଦ ଦେବା ପାଇଁ ଦରଖାସ୍ତ ପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ପାଇଥିବା ସହାୟତା ରାଶିକୁ ଦରଖାସ୍ତ ସହ ଉପରୋକ୍ତ ବ୍ୟାଙ୍କ ଆକାଉଣ୍ଟରେ ଫେରସ୍ତ କରିବେ ।

୧୮ - ଜଣେ ବ୍ୟକ୍ତି କାଳିଆର ହିତାଧିକାରୀ ହେବ ନିମନ୍ତେ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ସହାୟତା ରାଶି ପାଇ ନାହାନ୍ତି କିମ୍ବା ତାଙ୍କ ନାମ ହିତାଧିକାରୀ ତାଲିକାରେ ନାହିଁ । ସେ କିପରି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ?

ଯଦି ସେ ପୂର୍ବରୁ ସବୁଜ ଆବେଦନ ପତ୍ରରେ ଦରଖାସ୍ତ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କାଳିଆ ରାଶି ପାଇ ନାହାନ୍ତି ତେବେ ସେ ପ୍ରଦାନ କରିଥିବା ଆଧାର ତଥ୍ୟ ଓ ବ୍ୟାଙ୍କ ତଥ୍ୟ ରେ କୌଣସି ତ୍ରୁଟି ଥିବାର ଅନୁମାନ କରାଯାଏ । ସେଥିପାଇଁ ସେ ତାଙ୍କ ନିକଟସ୍ଥ ସାଧାରଣ ସେବା କେନ୍ଦ୍ରରେ (common service center) ରେ ସରକାରଙ୍କ ୱେବସାଇଟ kalia.co.in ରେ ନୂତନ ଅବେଦନ ପତ୍ର ଭରି ପାରିବେ ।

୧୯ - ପଞ୍ଚାୟତରେ ପ୍ରଦର୍ଶିତ ହୋଇଥିବା ତାଲିକାରେ ଯଦି ଜେନ ହିତାଧିକାରୀଙ୍କର ଗ୍ରାମ ଅନ୍ୟ ପଞ୍ଚାୟତରେ ଉପଲବ୍ଧ ହେଉଥାଏ ତେବେ ପଞ୍ଚାଯତ ନୋଡାଲ ଅଧିକାରୀ କଣ କରିବେ ?

ଯଦି ଜଣେ ହିତାଧିକାରୀଙ୍କର ଗ୍ରାମ ଯଦି ତାଙ୍କ ନିର୍ଦ୍ଧିଷ୍ଟ ପଞ୍ଚାୟତରେ ନ ଥାଇ ଅନ୍ୟ କୌଣସି ପଞ୍ଚାୟତରେ ଉପଲବ୍ଧ ହେଉଥାଏ ସେହି କ୍ଷେତ୍ରରେ ସମ୍ପୃକ୍ତ ପଞ୍ଚାଯତର ନୋଡାଲ ଅଧିକାରୀ ଉକ୍ତ ଗ୍ରାମକୁ ସଠିକ ପଞ୍ଚାୟତରେ ସାମିଲ କରିବା ପାଇଁ ବ୍ଲକ ନୋଡାଲ ଅଧିକାରୀଙ୍କୁ ଅନୁରୋଧ କରିବେ । ଏହାକୁ ଅନଲାଇନ ମାଧ୍ୟମରେ ଠିକ କରିବା ପାଇଁ ବ୍ଲକ ନୋଡାଲ ଅଧିକାରୀଙ୍କୁ କ୍ଷମତା ଦିଆ ଯାଇଅଛି ।

ଏତଦ ବ୍ୟତୀତ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀ ଏହି ଗ୍ରାମରେ ପ୍ରଦର୍ଶିତ ଚାଷୀ ତାଲିକାକୁ ସଠିକ ପଞ୍ଚାୟତର ନୋଡାଲ ଅଧିକାରୀଙ୍କୁ ପ୍ରଦର୍ଶିତ ପାଇଁ ହସ୍ତାନ୍ତର କରିବେ । ଏହି କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସେ ସମ୍ପୃକ୍ତ ବ୍ଲକ ନୋଡାଲ ଅଧିକାରୀଙ୍କୁ ଅବଗତି କରାଇବେ ।

୨୦ - ଯେଉଁ ପଞ୍ଚାୟତ ଗୁଡିକରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଂଖ୍ୟା କମ ଥିବ ସେ କ୍ଷେତ୍ରରେ ପଞ୍ଚାୟତ ନୋଡାଲ ଅଧିକାରୀ ଭୂମିହୀନ କୃଷି ଶ୍ରମିକ ମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ସେମାନଙ୍କ ନାମ ପଞ୍ଜୀକୃତ କରିବେ କି ?

ନା, ଯେଉଁ ପଞ୍ଚାୟତ ଗୁଡିକ ଉଭୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ ଶ୍ରମିକ କମ ଚୟନ ହୋଇଥିବାର ରିପୋର୍ଟ ପଞ୍ଚାୟତ ନୋଡାଲ ଅଧିକାରୀଙ୍କୁ ପ୍ରଦାନ କରାଯାଇଅଛି ସେ କ୍ଷେତ୍ରରେ ସେ ଉଭୟ ଗୋଷ୍ଠୀର ଚାଷୀ ମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ପାରିବେ । ମାତ୍ର ଯେଉଁ ପଞ୍ଚାୟତ ଗୁଡିକ କ୍ଷୁଦ୍ର ଓ ନାମମତ୍ର ଚାଷୀ ପାଇଁ ନିର୍ଦ୍ଧିଷ୍ଟ କରାଯାଇଥିବ ସେଠାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଦରଖାସ୍ତ ନେବେ ଓ ଯେଉଁ ପଞ୍ଚାୟତ ଗୁଡିକ କମ ସଂଖ୍ୟକ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ନିର୍ଦ୍ଧିଷ୍ଟ କରାଯାଇଥିବ ସେଠାରେ ଭୂମିହୀନ ଶ୍ରମିକଙ୍କ ନିକଟରୁ ଦରଖାସ୍ତ ଗ୍ରହଣ କରି ଅନଲାଇନ ରେ ପୂରଣ କରିପାରିବେ ।

୨୧ - 'କାଳିଆ'ଯୋଜନା କଣ?

'କାଳିଆ' (Kraushak Assistance For Livelihood And Income Augmentation) ସହାୟତା” । ରାଜ୍ୟରେ କୃଷି ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦାରିଦ୍ର୍ୟ ହ୍ରାସ ଦିଗରେ ସହାୟ ହେବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ।

୨୨ - 'କାଳିଆ' ଯୋଜନାରେ କେଉଁ ମାନେ ସହାୟତା ପାଇପାରିବେ?

'କାଳିଆ' ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ (ପ୍ରକୃତଚାଷୀ) ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବୋ ରାଜ୍ୟର ପ୍ରାୟ ୬୦ ଲକ୍ଷ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

୨୩ - କ୍ଷୁଦ୍ର ଓ ନାମମାତ୍ର ଚାଷୀ କାହାକୁ କୁହାଯାଏ?

ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକର କିମ୍ବା ତଦୁର୍ଦ୍ଧ ଓ ଦୁଇ ହେକ୍ଟର ବା ୫ ଏକର ରୁ କମ୍,ତାଙ୍କୁ' କ୍ଷୁଦ୍ରଚାଷୀ' କୁହାଯାଏ । ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକରରୁ କମ୍, ତାଙ୍କୁ ନାମମାତ୍ର ଚାଷୀ କୁହାଯାଏା

୨୪ - କାଳିଆ ଯୋଜନାରେ ଚାଷୀମାନଙ୍କ ଚାଷକାର୍ଯ୍ୟ ପାଇଁ କଣ ସୁବିଧା ଅଛି?

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଓଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛିା

୨୫ - ଜଣେ ଭୂମିହୀନ ଚାଷୀ ପରିବାର ପାଇଁ ଏହି ଯୋଜନାରେ କିଛି ସୁବିଧା ଅଛି କି?

ହଁ, ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷି ଭିତିକ ଆନୁସଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍,କ୍ଷୁଦ୍ର କୁକୁଡ଼ା ପାଳନ ୟୁନିଟ୍,ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀ ମାନଙ୍କୁ ମାଛଧରା ଉପରକଣ, ଛତୁ ଚାଷ ଓ ମହୁ ଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛିା ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ ସହାୟ ହେବା

୨୬ - ଚାଷ କାର୍ଯ୍ୟକରିବାକୁ ଅସମର୍ଥ କୃଷିପରିବାର ନିମନ୍ତେ ଏହି ଯୋଜନାରେ କୌଣସି ସୁବିଧାର ବ୍ୟବସ୍ଥା ଅଛି କି?

ଯେଉଁ କ୍ଷୁଦ୍ର,ନାମ ମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦,୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

୨୭ - ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ସହାୟତା ଅଛି କି?

ହଁ,

  • ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖିନ ହେଉଥିବା ଆର୍ଥିକ ଦୂରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନବୀମା ସହାୟତାର ବ୍ୟବସ୍ଥା କରାଯାଇଛି ।ଏହି ବୀମାର ସୁବିଧା ନିମ୍ନ ପ୍ରକାରେ ପ୍ରଦାନ କରାଯିବ । ୧୮ ରୁ ୫୦ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟଜମାଖାତା ଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନବୀମା ସୁବିଧା କରାଯାଇଛି ।ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ବୀମା ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶବାବଦ କୁ ୧୬୫ ଟଙ୍କା ରାଜ୍ୟସରକାର ବହନ କରିବେ ।
  • ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଂଚୟ ଜମା ଖାତାଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୂର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ୧୨ଟଙ୍କା ପ୍ରିମିୟମ ଦେୟ ରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ ।
  • ଉଲ୍ଲେଖ ଯୋଗ୍ୟ ଯେ ୫୧ ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଂଚୟ ଜମା ଖାତାଧାରୀ ମାନଙ୍କୁ ଉପରସ୍ଥ ପ୍ରଦତ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ନିମନ୍ତେ ସମୁଦାୟ ବାର୍ଷିକ ୧୨ଟଙ୍କା ପ୍ରିମିୟମ ଦେୟକୁ ରାଜ୍ୟ ସରକାର ବହନ କରିବେ ।

୨୮ - କାଳିଆ ଯୋଜନାରେ ଫସଲ ଋଣ ବିନାସୁଧରେ ଦେବାର ବ୍ୟବସ୍ଥା ଅଛି କି?

ହଁ, ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯିବା ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛିା

୨୯ - କାଳିଆ ଯୋଜନାରେ କେଉଁ ସହାୟତା କେଉଁ ବର୍ଗର ଚାଷୀ ପାଇବେ?

  • ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ପାଇଁ ମୋଟ ୨୫,୦୦୦ ଟଙ୍କାର ସହାୟତା ରାଶି ୫ ଗୋଟି ଫସଲ ଋତୁରେ ୨୦୧୮-୧୯ ରବି ଋତୁ ଠାରୁ ୫ଟି କିସ୍ତିରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
  • ଭୂମିହୀନ କୃଷି ପରିବାର ଶ୍ରମିକମାନେ କାଳିଆ ଯୋଜନାର ଜୀବିକା ନିର୍ବାହ ସହାୟତାରେ ଆନୁସଙ୍ଗିକ କୃଷିକାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା ପାଇବୋ
  • ଯେଉଁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ତଥା କୃଷି ପରିବାରର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗଦ୍ୱାରା ଆକ୍ରାନ୍ତ ହୋଇ କୃଷିକାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ କାଳିଆ ଯୋଜନାରେ ଏକ କାଳୀନ ୧୦,୦୦୦ଟଙ୍କାର ଆର୍ଥିକ ସହାୟତା ପାଇପାରିବୋ ଉପରୋକ୍ତ ତିନୋଟି ଆର୍ଥିକ ସହାୟତା ମଧ୍ୟରୁ ଜଣେ ହିତାଧିକାରୀ ଯୋଗ୍ୟତା ଭିତିରେ ମାତ୍ର ଗୋଟିଏ ସହାୟତା ପାଇବାକୁ ସମର୍ଥ ହେବୋ

କାଳିଆ ଯୋଜନାରେ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ନିମନ୍ତେ ଜୀବନବୀମା ତଥା ଦୁର୍ଘଟଣା ଜନିତ ବୀମା ସହାୟତା ସହ ସୁଧ ବିହିନ ଫସଲ ଋଣ ନେଉଥିବା ଚାଷୀମାନଙ୍କୁ ସମସ୍ତ ସହାୟତାଯୋଗାଇ ଦିଆଯିବ ।

୩୦ - କୃଷି ପରିବାର କହିଲେ କଣବୁଝାଏ?

ଗୋଟିଏ କୃଷିପରିବାର କହିଲେ କୃଷକ ତାଙ୍କର ସ୍ତ୍ରୀ ବା ସ୍ୱାମୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ବୁଝାଇଥାଏା

୩୧ - ଜଣେ ସରକାରୀ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ କର୍ମଚାରୀ ଏହି ଯୋଜନାର ସୁବିଧା ପାଇବେକି?

ଜଣେ କାର୍ଯ୍ୟରତ ବା ଅବସର ପ୍ରାପ୍ତ କେନ୍ଦ୍ର/ରାଜ୍ୟ କିମ୍ବା ସରକାରୀ ଉଦ୍ୟୋଗର କର୍ମଚାରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାରୁ ବାଦ ପଡିବେ ।

୩୨ - ଜଣେ ଆୟକର ଦେଉଥିବା କୃଷକ ବା ତାଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାକୁ ଯୋଗ୍ୟ ହେବେ କି?

ଏହି ଶ୍ରେଣୀର କୃଷକ ମାନେ କାଳିଆ ଯୋଜନାର ସହାୟତା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ । ଚିଠା ତାଲିକାରୁ ସେମାନଙ୍କର ନାମ ବାଦ୍ ଦିଆଯିବ ।

୩୩ - ଜଣେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ନାମ ହିତାଧିକାରୀ ତାଲିକାରେ ଅଛି ନା ନାହିଁ ତାହା ସେ କିପରି ଜାଣିବେ?

ପ୍ରତି ଗ୍ରାମପଞ୍ଚାୟତ ଏବଂ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ୩ଟି ପର୍ଯ୍ୟାୟରେ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶିତ ହେବା ୨୦୧୯ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶ କରାଯିବ ।ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ମାନେ ନିଜ ନିଜର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ, ତାହା ଦେଖିପାରିବୋ ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ଯଥାକ୍ରମେ ୨୦୧୯ ମସିହା ଫେବୃୟାରୀ ଓ ମାର୍ଚ୍ଚ ମାସରେ ପ୍ରକାଶ ପାଇବ ।

୩୪ - ଯଦି ଚିଠା ତାଲିକାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ନଥିବ ତେବେ ସେ କଣ ପଦକ୍ଷେପ ନେବେ?

ଯଦି ହିତାଧିକାରୀଙ୍କ ନାମ ଚିଠା ତାଲିକାରେ ନଥିବ ତେବେ ନିଜ ନାମକୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମପଂଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁଥିବା ସବୁଜ ଫର୍ମ ପୂରଣ କରି ଡ୍ରପ ବକ୍ସରେ ଏହି ଫର୍ମକୁ ପକାଇବେ ।

୩୫ - ହିତାଧିକାରୀ ଚିଠା ତାଲିକାରେ ଯଦି ଜଣେ କେନ୍ଦ୍ର ବା ରାଜ୍ୟ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନାମ ଏବଂ ଆୟକର ଦେଉଥିବା ଚାଷୀ କିମ୍ବା ତାଙ୍କର ସ୍ୱାମୀ ଅଥବା ସ୍ତ୍ରୀଙ୍କ ନାମ ରହିଥିବ, ତେବେ ସେ ଚିଠା ତାଲିକାରୁ ନାମବାଦ୍ ଦେବା ପାଇଁ କଣ ପଦକ୍ଷେପ ନେବେ ?

ଗ୍ରାମ ପଂଚାୟତ ଅଫିସ୍ କିମ୍ବା ପ୍ରାଥମିକ କୃଷି ସମବାୟସମିତିରେ ମିଳୁଥିବା ନାଲି ଫର୍ମକୁ ପୂରଣ କରି ନିଜ ନାମକୁ ଚିଠା ତାଲିକାରୁ ବାଦ ଦେବା ପାଇଁ ରଖାଯାଇଥିବା ଡ୍ରପ ବାକ୍ସରେ ସେମାନେ ଏହି ଫର୍ମ କୁ ପକାଇବେ ।

୩୬ - ଚାଷୀମାନଙ୍କୁ ଚାଷ ପାଇଁ ସହାୟତା ଯୋଜନାରେ ଦିଆଯାଉ ଥିବା ଆର୍ଥିକ ସହାୟତା କିପରି ଭାବରେ ସେମାନଙ୍କୁ ପ୍ରଦାନ କରାଯିବ?

ଏହି ଯୋଜନାର ସହାୟତା ରାଶି କୃଷି ପରିବାର ନାମରେ ଥିବା ଚାଷୀଙ୍କ ଜମାଖାତାକୁ ସିଧାସଳଖ ପଠାଇଦିଆଯିବ ।

୩୭- 'କାଳିଆ' ଯୋଜନା ବିଷୟରେ ଚାଷୀମାନେ କିପରି ସୂଚନା ପାଇବେ ଏବଂ ଅଭିଯୋଗପଞ୍ଜିକରଣ କରିପାରିବେ? ଏଥିପାଇଁ କୌଣସି ହେଲପ୍ଲାଇନ ବ୍ୟବସ୍ଥା ଅଛି କି ?

ହଁ,'କାଳିଆ ହେଲ୍ପଲାଇନ୍' ନାମରେ ଏକ ହେଲ୍ପଲାଇନ ନିମ୍ନ ପ୍ରଦତ୍ତ ଟେଲିଫୋନ ନମ୍ବରରେ ସଂଯୋଗ କରାଯାଇଛି । ଜଣେ ଚାଷୀ ଏହି ହେଲ୍ପଲାଇନରେ ଫୋନ କରି 'କାଳିଆ' ଯୋଜନା ସମ୍ବନ୍ଧରେ ସୂଚନା ପାଇପାରିବେ । ସେ ମଧ୍ୟ ଏହି ହେଲ୍ପଲାଇନରେ ନିଜର ଅଭିଯୋଗକୁ ପଞ୍ଜି କରଣ କରିପାରିବେ । ଏହି ଫୋନ ନମ୍ବରଟି ହେଉଛି–୧୮୦୦୫୭୨୧୧୨୨ ।

୩୮ - କାଳିଆ ବାର୍ତ୍ତା କ'ଣ?

"କାଳିଆ ବାର୍ତ୍ତା” ହେଉଛି ରାଜ୍ୟସରକାରଙ୍କ ଦ୍ୱାରା ସୂଚନା ସେବାର ଏକ ବ୍ୟବସ୍ଥା, ଏହା କାଳିଆ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଚାଷୀମାନଙ୍କୁ ପ୍ରଦାନ କରିବାରେ ସହାୟ ହେବ ।

୩୯ - ଗୋଟିଏ ପରିବାରର ଏକାଧିକ ସନ୍ତାନ ଅଛନ୍ତି ଏବଂ ପିତା ମୃତ୍ୟୁବରଣ କରିଛନ୍ତି । ଏହି କ୍ଷେତ୍ରରେ କାଳିଆ ଯୋଜନା ଅର୍ନ୍ତଭୁକ୍ତ ସହାୟତା କିପରି ପାଇବେ ?

ପିତାଙ୍କ ମୃତ୍ୟୁ ପରେ ଏକାଧିକ ପୁତ୍ର ଭିନ୍ନ ଭିନ୍ନ ପରିବାରର ମୁଖ୍ୟ ହିସାବରେ ପରିଗଣିତ ହେଲେ ପ୍ରତ୍ୟେକ ପରିବାର କାଳିଆ ଯୋଜନାର ସହାୟତା ପାଇପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିବାର ହେଉଛି ଏକ ୟୁନିଟ୍ ଏବଂ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର ଉପରେ ନିର୍ଭରଶୀଳ ସନ୍ତାନ ଓ ସନ୍ତତି ।

୪୦ - ଜଣେ ଚାଷୀ କୌଣସି ସମବାୟ ସମିତିରୁ ଋଣ ନେଇଥିଲେ ସେ କାଳିଆ ଯୋଜନା ମାଧ୍ୟମରେ ଫସଲ ଋଣ ପାଇପାରିବେ କି ?

ଜଣେ ଚାଷୀ କୌଣସି ସମବାୟ ସମିତିରୁ ଋଣ ନେଇଥିଲେ ୨୦୧୯ ଖରିଫ୍ ଋତୁ ସମୟରେ ଫସଲ ଋଣ ପାଇଁ ସେ ଆବେଦନ କରିପାରିବେ ।

୪୧ - ଜଣେ ଚାଷୀଙ୍କର ନାମ ଚିଠା ତାଲିକାରେ ଅନ୍ତର୍ଭୁକ୍ତ ଥାଇ ବ୍ୟାଙ୍କର ଜମା ଖାତା ନଥିଲେ କାଳିଆ ଯୋଜନାରେ ମିଳୁଥିବା ସହାୟତା ପାଇପାରିବେ କି?

ଜଣେ ଚାଷୀଙ୍କର ନାମ ଚିଠା ତାଲିକାରେ ଥିଲେ ଏବଂ ତାଙ୍କର ବ୍ୟାଙ୍କ ଜମା ଖାତା ନଥିଲେ ତାଙ୍କୁ ତୁରନ୍ତ ଯେକୌଣସି ବ୍ୟାଙ୍କରେ ଜମା ଖାତା ଖୋଲିବା ଆବଶ୍ୟକ ।

୪୨ - ଯଦି ଚିଠା ତାଲିକାରେ ହିତାଧିକାରୀଙ୍କ ନାମ ଭୁଲ ଥିଲେ ସେ କ'ଣ କରିବେ ?

ଚିଠା ତାଲିକାରେ ହିତାଧିକାରୀଙ୍କ ନାମ ଭୁଲ୍ ଥିଲେ ସେ ସବୁଜ ଫର୍ମ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ରର ନକଲ ସଂଲଗ୍ନ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ଡ୍ରପ୍ ବକ୍ସ୍ରେ ପକାଇବେ ।

୪୩ - ଯଦି ହିତାଧିକାରୀଙ୍କ ସ୍ୱାମୀ / ପିତା / ଜେଜେବାପାଙ୍କ ନାମ ଚିଠା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବ ଏବଂ ସେ ମୃତ୍ୟୁବରଣ କରିଥିବେ ତାହେଲେ କିଏ ଏହି ଯୋଜନାର ସହାୟତା ପାଇବେ ?

ମୃତ୍ୟୁ ବ୍ୟକ୍ତିଙ୍କର ନାମ ଚିଠା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ତାଙ୍କର ଉତ୍ତରାଧିକାରୀ / ଯେକୌଣସି ବ୍ୟକ୍ତି ନାଲି ଫର୍ମ ପୂରଣ କରି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ନାଲି ଡ୍ରପ୍ ବକ୍ସରେ ପକାଇବା ଆବଶ୍ୟକ । ମୃତ ବ୍ୟକ୍ତିଙ୍କର ଉତ୍ତରାଧିକାରୀ କାଳିଆ ଯୋଜନାରେ ସହାୟତା ପାଇବାକୁ ଚାହୁଁଥିଲେ ସବୁଜ ଫର୍ମ ପୂରଣ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ଡ୍ରପ୍ ବକ୍ସରେ ପକାଇବେ ।

୪୪ - ଯଦି କୌଣସି ମୃତ ବ୍ୟକ୍ତିଙ୍କର ନାମ ଚିଠା ତାଲିକାରେ ନଥିବ କିନ୍ତୁ ତାଙ୍କ ନାମରେ ଜମି ଥିବ ତେବେ ତାଙ୍କର ପୁତ୍ର କାଳିଆ ଯୋଜନାର ସହାୟତା ପାଇଁ ଆବେଦନ କରିପାରିବେ କି?

ଯଦି ମୃତ ବ୍ୟକ୍ତିଙ୍କର ନାମରେ ଜମି ଥିବ ତେବେ ତାଙ୍କର ଉତ୍ତରାଧିକାରୀ କାଳିଆ ଯୋଜନାରେ ସହାୟତା ପାଇବାକୁ ଚାହୁଁଥିଲେ ସବୁଜ ଫର୍ମ ପୂରଣ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ଡ୍ରପ୍ ବକ୍ସରେ ପକାଇବେ ।

୪୫ - ଯଦି ଚାଷୀଙ୍କ ଜମି ବିବାହିତ ଝିଅଙ୍କ ନାମରେ ଥିବ ଏବଂ ସେ ଏହି ଯୋଜନାର ସହାୟତା ପାଇବା ପାଇଁ ଆବେଦନ କରିପାରିବେ କି?

ହଁ । ଚାଷୀଙ୍କ ବିବାହିତା ଝିଅଙ୍କ ନାମରେ ଜମି ଥିଲେ ସେ ଏହି ଯୋଜନାର ସହାୟତା ପାଇବା ପାଇଁ ଆବେଦନ କରିପାରିବେ ।

୪୬ - ଯଦି ଜଣେ ହିତାଧିକାରୀଙ୍କ ନାମରେ ବ୍ୟାଙ୍କର ଏକାଧିକ ଜମା ଖାତା ଥିବ, ତେବେ କେଉଁ ଜମା ଖାତାରେ ତାଙ୍କର ସହାୟତା ରାଶି ପ୍ରଦାନ କରାଯିବ?

ହିତାଧିକାରୀଙ୍କ ଯେଉଁ ବ୍ୟାଙ୍କ ଖାତାଟି କୃଷି ବିଭାଗର ଡିବିଟି (Direct Benefit Transfer) ଯୋଜନାରେ ସଂଯୁକ୍ତ ହୋଇଥିବ, ସେହି ଜମାଖାତାକୁ ସହାୟତା ରାଶି ପ୍ରେରଣ କରାଯିବ ।

୪୭ - ଯଦି ଜଣେ ଚାଷୀ ନୂତନ ଭାବେ ବ୍ୟାଙ୍କର ଜମା ଖାତା ଖୋଲନ୍ତି, ତେବେ ସେ ତାହା କିପରି ଭାବରେ ଜଣାଇବେ ?

ଚାଷୀଙ୍କର ଯେଉଁ ବ୍ୟାଙ୍କ ଖାତାଟି ଡିବିଟିରେ ସଞ୍ଜୁକ୍ତ ହୋଇଥିବ ସେହି ଖାତାକୁ କାଳିଆ ଯୋଜନାର ସହାୟତା ରାଶି ପଠାଯିବ । ଯଦି ହିତାଧିକାରୀ ନିଜ ନାମଟି ତାଲିକାରେ ଅନ୍ତର୍ଭୁକ୍ତ କରି ନୂତନ ଭାବେ ସହାୟତା ପାଇଁ ଆବେଦନ କରୁଥାନ୍ତି ତେବେ ସେଥିପାଇଁ ତାଙ୍କୁ ନୂଆ ଆକାଉଣ୍ଟ ନମ୍ବର ଦେବାକୁ ହେବ ।

୪୮ - ଯଦି ଜଣେ ଚାଷୀଙ୍କର କୌଣସି ଗ୍ରାମପଞ୍ଚାୟତ ସମ୍ପର୍କରେ ଅଭିଯୋଗ ଥିବ ତାହେଲେ ସେ କ'ଣ କରିବେ ?

ଯଦି କୌଣସି ବ୍ୟକ୍ତିଙ୍କର ଚିଠା ତାଲିକା ପ୍ରକାଶନ ସମ୍ପର୍କରେ କିଛି ଅଭିଯୋଗ ଥାଏ, ତେବେ ସେ କାଳିଆ ହେଲପଲ।ଇନ୍ ଫୋନ ନମ୍ବର ୧୮୦୦-୫୭୨-୧୧୨୨କୁ ଫୋନ୍ କରି ତାଙ୍କର ଅଭିଯୋଗ ଜଣାଇପାରିବେ । ଯେଉଁ ବିଷୟ ବା ବ୍ୟକ୍ତିଙ୍କ ଉପରେ ତାଙ୍କର ଅଭିଯୋଗ ଥିବ ସେହି ଅଭିଯୋଗକୁ କଲ୍ ସେଣ୍ଟରକୁ ପଠାଇ ଦିଆଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୪୯ - କାଳିଆ ୱେବସାଇଟରୁ ସବୁଜ ଫର୍ମ ଡାଉନଲୋଡ୍ କରି ହିତାଧିକାରୀଙ୍କ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର କରିହେବ କି?

ହଁ । କାଳିଆ ୱେବସାଇଟରୁ ସବୁଜ ଫର୍ମ ଡାଉନଲୋଡ୍ କରି ହିତାଧିକାରୀଙ୍କ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର କରିହେବ । ଏଥିରେ ଆବେଦନ ଫର୍ମର ଉପର ଭାଗରେ 'ସବୁଜ ଫର୍ମ' ଉଲ୍ଲେଖ କରିବା ଆବଶ୍ୟକ ।

୫୦ - ସବୁଜ ଫର୍ମ ସହିତ କେଉଁ ପ୍ରମାଣପତ୍ରଗୁଡ଼ିକ ସଂଲଗ୍ନ କରିବା ଆବଶ୍ୟକ ?

ସବୁଜ ପତ୍ର ସହିତ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତାର ପ୍ରଥମ ପୃଷ୍ଠା ଓ ଜମି ପଟ୍ଟାର ନକଲ ସହିତ ଯେକୌଣସି ଚାଷୀ ପ୍ରମାଣପତ୍ରର ନକଲ ସଂଲଗ୍ନ କରି ଆବେଦନ କରନ୍ତୁ । ଚାଷୀ ପ୍ରମାଣ ପତ୍ର ଭାବରେ କିଷାନ କ୍ରେଡିଟ୍ କାର୍ଡ କିମ୍ବା ଜମି ଖତିୟାନ କିମ୍ବା ରାଜସ୍ୱ ବିଭାଗ ପ୍ରଦତ୍ତ ଚାଷୀ ପ୍ରମାଣପତ୍ର କିମ୍ବା ଚଳନ୍ତି ଖଜଣା ପାଉତି କିମ୍ବା ରାଜସ୍ୱ ବିଭାଗ ପ୍ରଦତ୍ତ ଜମି ପାସ୍ ବହି କିମ୍ବା ଲିଜ୍ ଜମିର ପତ୍ର ମଧ୍ୟରୁ ଯେକୌଣସି ଗୋଟିକର ନକଲ ସଂଲଗ୍ନ କରି ଆବେଦନ କରିପାରିବେ ।

୫୧ - ପ୍ରଥମ ପର୍ଯ୍ୟାୟ ସବୁଜ ଫର୍ମ ଆବେଦନ କରିବାର ଶେଷ ତାରିଖ ଘୁଞ୍ଚିବାର କିଛି ଯୋଜନା ଅଛି କି ?

ହଁ । ପ୍ରଥମ ପର୍ଯ୍ୟାୟ ସବୁଜ ଫର୍ମ ଆବେଦନ କରିବାର ଶେଷ ତାରିଖ ୧୦ ତାରିଖ ଠାରୁ ବର୍ଦ୍ଧିତ କରି ୧୫ ତାରିଖକୁ ବଢ଼ାଇ ଦିଆଯାଇଅଛି । ତେଣୁ ଚାଷୀମାନଙ୍କୁ ଅନୁରୋଧ ସେମାନେ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ସବୁଜ ଫର୍ମ ପୂରଣ କରି ଆବେଦନ କରନ୍ତୁ ।

୫୨ - ଚିଠା ତାଲିକାରେ ନାମ ଯୋଗ ପାଇଁ ରାସନ କାର୍ଡର ଆବଶ୍ୟକତା ଅଛି କି ?

ନା, ଚିଠା ତାଲିକାରେ ନାମ ଯୋଗ ପାଇଁ ଚାଷୀ ପ୍ରମାଣ ପତ୍ରର ନକଲ ସହିଜ, ଆଧାର କାର୍ଡ, ବ୍ୟାଙ୍କ ଜମା ଖାତାର ପ୍ରଥମ ପୃଷ୍ଠା ଓ ଜମି ପଟ୍ଟାର ନକଲ ସବୁଜ ଫର୍ମ ସହିତ ସଂଲଗ୍ନ କରି ଆବେଦନ କରନ୍ତୁ ।

୫୪ - ଜଣେ ହିତାଧିକାରୀଙ୍କ ବ୍ୟାଙ୍କରେ ଜଏଣ୍ଟ୍ ଆକାଉଣ୍ଟ ଥିବ ତେବେ ତାଙ୍କର ସହାୟତା ରାଶି ସେହି ଜଏଣ୍ଟ ଆକାଉଣ୍ଟକୁ ଯିବ ନା ସେ ନୂତନ ଆକାଉଣ୍ଟ ଖୋଲିବା ଆବଶ୍ୟକ ?

ଜଣେ ହିତାଧିକାରୀଙ୍କ ଚିଠା ତାଲିକାରେ ନାମ ଥିଲେ କାଳିଆ ଯୋଜନା ସହାୟତା ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ଯଦି ତାହା ଜଏଣ୍ଟ ଆକାଉଣ୍ଟ ହୋଇଥିବ ତାହେଲେ ସେହି ସହାୟତା ରାଶି ତାଙ୍କ ଜଏଣ୍ଟ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ ହେବ । ତାଙ୍କୁ ଆଉ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ ନାହିଁ ।

୫୫ - କାଳିଆ ଯୋଜନାରେ କୃଷକଙ୍କ ପାଇଁ ଯୋଗାଇ ଦିଆଯାଉଥିବା ସହାୟତା ରାଶି ପ୍ରଦାନ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରାଯାଇଅଛି କି ?

ହଁ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ହିତାଧିକାରୀଙ୍କ ନାମ ଯାଞ୍ଚ ପରେ ଚୁଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବ ସେହି ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ୨୫ ଜାନୁଆରୀ,୨୦୧୯ ତାରିଖ ଠାରୁ ସହାୟତା ରାଶି ପ୍ରେରଣ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକା ପ୍ରକାଶନ ଜାନୁଆରୀ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଫେବ୍ରୁଆରୀ ୫ ତାରିଖ ୨୦୧୯ରେ ଶେଷ ହେବ । ଆବଶ୍ୟକୀୟ ଯାଞ୍ଚ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନଙ୍କର ଜମା ଖାତାକୁ ସହାୟତା ରାଶି ପ୍ରେରଣ କରାଯିବ ।

୫୬ - କେଉଁ ତଥ୍ୟ ଉପରେ ଆଧାରିତ ହୋଇ ଚିଠା ତାଲିକା ପ୍ରକାଶ କରାଯାଇଅଛି ?

ରାଜ୍ୟ ସରକାରଙ୍କ ଅଧିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ଆଧାରିତ ହୋଇ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି ।

୫୭ - ଜଣେ ହିତାଧିକାରୀଙ୍କ ନାମ ପ୍ରଥମ ଚିଠା ତାଲିକାରେ ଥାଇ ତାଙ୍କ ପଞ୍ଜିକୃତ ଜମାଖାତାଟି ଅଚଳ ହୋଇ ଯାଇଥିବ ତେବେ ସେ କ'ଣ କରିବେ?

ଜଣେ ହିତାଧିକାରୀଙ୍କ ନାମ ପ୍ରଥମ ଚିଠା ତାଲିକାରେ ଥାଇ ତାଙ୍କ ପଞ୍ଜିକୃତ ବ୍ୟାଙ୍କ ଜମାଖାତାଟି ଅଚଳ ହୋଇ ଯାଇଥିବ ତେବେ ସେ ସେହି ଜମାଖାତାକୁ ସଚଳ କରିବା ଆବଶ୍ୟକ । ଯଦି ଜମାଖାତା ସଚଳ ନହୋଇ ପାରେ ତେବେ ନୂତନ ବ୍ୟାଙ୍କ ଜମା ଖାତା ଖୋଲିବା ଆବଶ୍ୟକ । ନୂତନ ବ୍ୟାଙ୍କ ଜମା ଖାତା ଖୋଲିବା ପରେ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକା ପ୍ରକାଶନ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସବୁଜ ଫର୍ମ ପୂରଣ ସହିତ ନୂତନ ବ୍ୟାଙ୍କ ଜମାଖାତାର ନକଲ ସଂଲଗ୍ନ କରି ସବୁଜ ବାକ୍ସରେ ପକାଇବେ । କାଳିଆ ଯୋଜନାର ସହାୟତା ରାଶି ତାଙ୍କର ନୂତନ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରାଯିବ ।

୫୮ - ଜଣେ ଚାଷୀଙ୍କ ନାମ ହିତାଧିକାରୀ ତାଲିକାରେ ପ୍ରକାଶିତ କିନ୍ତୁ ତାଙ୍କ ନାମରେ ଜମି ନଥିଲେ ସେ କାଳିଆ ଯୋଜନାରେ ୨୫,୦୦୦/- ଟଙ୍କାର ସହାୟତା ପାଇପାରିବେ କି?

ନିଜ ନାମରେ ଜମି ନଥାଇ ଜଣେ ଚାଷୀଙ୍କ ନାମ ହିତାଧିକାରୀ ତାଲିକାରେ ପ୍ରକାଶ ପାଇଥିଲେ, ସେହି ଚାଷୀ ଯଦି ଭାଗଚାଷୀ ହୋଇଥିବେ ଏବଂ ତତ୍ ସଂକ୍ରାନ୍ତୀୟ ପ୍ରମାଣପତ୍ର କିମ୍ବା ସ୍ୱୟଂ ସ୍ୱିକାରୋକ୍ତି ସଲଗ୍ନ କରିଥିବେ ତେବେ ସେ କାଳିଆ ଯୋଜନା ଅନ୍ତର୍ଗତ ୨୫,୦୦୦/- ଟଙ୍କା ଆର୍ଥିକ ସହାୟତା ରାଶି ପାଇପାରିବେ ।

୫୯ - ଗୋଟିଏ ଜମି ଏକାଧିକ ଚାଷୀଙ୍କ ନାମରେ ଥିଲେ କିଏ ସହାୟତା ରାଶି ପାଇବେ ଏବଂ କିପରି ଆବେଦନ କରିପାରିବେ?

ଗୋଟିଏ ଜମି ଏକାଧିକ ଚାଷୀଙ୍କ ନାମରେ ଥିଲେ ଏବଂ ପ୍ରତ୍ୟେକ ଭିନ୍ନ ଭିନ୍ନ ପରିବାରର ହୋଇଥିଲେ, ସେମାନେ କୃଷି ପାଇଁ ସହାୟତା ୨୫,୦୦୦/- ଟଙ୍କା ପାଇବା ପାଇଁ ଆବେଦନ କରିପାରିବେ । ସେଥିପାଇଁ ସବୁଜ ଫର୍ମରେ ଆବଶ୍ୟକୀୟ କାଗଜପତ୍ର ସହ ନିଜସ୍ୱ ସ୍ୱିକାରୋକ୍ତି ସଂଲଗ୍ନ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ବାକ୍ସରେ ପକାଇବେ ।

୬୦ - କେଉଁ ତାରିଖରେ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ?

ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ତାଲିକାରେ ପ୍ରକାଶିତ ହିତାଧିକାରୀମାନଙ୍କୁ ଜାନୁଆରୀ ୨୫ ତାରିଖ ଠାରୁ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ କୃଷି ସହାୟତା ନିମନ୍ତେ ଚଳିତ ରବି ଋତୁ- ୨୦୧୮-୧୯ ପାଇଁ ୫,୦୦୦/- ଟଙ୍କା ସହାୟତା ରାଶି ସିଧାସଳଖ ପ୍ରେରଣ କରାଯିବ ।

୬୧ - ଗୋଟିଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଭିନ୍ନ ଭିନ୍ନ ଜମି ଥିଲେ ସେମାନେ କୃଷି ପାଇଁ ସହାୟତା ଆବେଦନ କରିପାରିବେ କି?

ଯଦି ଗୋଟିଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଭିନ୍ନ ଭିନ୍ନ ଜମି ଥିବ ଏବଂ ପ୍ରତ୍ୟେକ ସଦସ୍ୟ ଭିନ୍ନ ଭିନ୍ନ ପରିବାର ଭାବରେ ବସବାସ କରୁଥିବେ, ତେବେ ସେମାନେ କୃଷି ପାଇଁ ୨୫,୦୦୦/- ଟଙ୍କାର ସହାୟତା ପାଇଁ ଆବେଦନ କରିପାରିବେ । ସବୁଜ ଫର୍ମ ସହିତ ସେମାନଙ୍କୁ ନିଜସ୍ୱ ସ୍ୱିକାରୋକ୍ତି ସଲଗ୍ନ କରିବା ଆବଶ୍ୟକ ।

୬୨ - ଫସଲ ଋଣ ପାଇଁ ଜଣେ ଚାଷୀ କେଉଁଠି ଆବେଦନ କରିପାରିବେ?

ଫସଲ ଋଣ ପାଇଁ ଜଣେ ଚାଷୀ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) / ଯେ କୌଣସି ଜାତୀୟକରଣ ବ୍ୟାଙ୍କ / ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଆବେଦନ କରିପାରିବେ ।

୬୩ - ଜୀବନବୀମା ପାଇଁ କେବେ ଏବଂ କେଉଁଠି ଆବେଦନ କରିବାକୁ ପଡିବ?

ଜୀବନବୀମା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ଏ ବିଷୟରେ ବିସ୍ତୃତ ଭାବେ ଚାଷୀମାନଙ୍କୁ ଜଣାଇ ଦିଆଯିବ ।

୬୪ - କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକା କେବେ ଓ କେଉଁଠି ଉପଲବ୍ଧ ହେବ?

କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ / ପ୍ରାଥମିକ କୃଷି ସମବାୟ ସମିତି ଓ ଗ୍ରାମପଞ୍ଚାୟତର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉପଲବ୍ଧ ହେବ ।

୬୫ - ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରେ କେଉଁ ହିତାଧିକାରୀମାନଙ୍କ ନାମ ସ୍ଥାନ ପାଇବ?

ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକା ଦୁଇ ଭାଗରେ ବିଭକ୍ତ ଯଥା:- ଭାଗ-'କ' ଓ ଭାଗ-'ଖ'ଭାଗ-କ: ପ୍ରଥମ ପର୍ଯ୍ୟାୟରେ ସବୁଜ ଫର୍ମରେ ଆବେଦନ କରିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ନାମ ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରେ ସ୍ଥାନ ପାଇବେ ।ଭାଗ-ଖ: ପ୍ରଥମ ପର୍ଯ୍ୟାୟ ଚିଠା ତାଲିକାରେ ନାମ ଥିବ କିନ୍ତୁ ତଥ୍ୟ ଅସମ୍ପୂର୍ଣ୍ଣ ଥିବ ଯଥା- ହିତାଧିକାରୀଙ୍କ ନାମ, ପିତାଙ୍କ ନାମ, ସମ୍ପୂର୍ଣ୍ଣ ଠିକଣା, ଆଧାର ନମ୍ବର, ବ୍ୟାଙ୍କ ଜମାଖାତାର ତଥ୍ୟ ଇତ୍ୟାଦି । ଏହି ଅସମ୍ପୂର୍ଣ୍ଣ ତଥ୍ୟ ଥିବା ହିତାଧିକାରୀଙ୍କ ନାମ ଭାଗ 'ଖ' ତାଲିକାରେ ସ୍ଥାନ ପାଇବ । ଏତଦ୍ ବ୍ୟତୀତ ପ୍ରଥମ ପର୍ଯ୍ୟାୟ ସବୁଜ ଫର୍ମରେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଭୂମିହୀନ କୃଷି ଶ୍ରମିକ ଥିବେ ସେମାନଙ୍କର ନାମ ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରେ ସ୍ଥାନ ପାଇବେ ।

୬୬ - ଦଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରେ ଜଣେ ହିତାଧିକାରୀଙ୍କର ନାମ ଭାଗ-'ଖ' ଅସମ୍ପୂର୍ଣ୍ଣ ତାଲିକାରେ ଅଛି । ତାଙ୍କୁ ସବୁଜ ଫର୍ମରେ ଆବେଦନ କରିବାକୁ ପଡ଼ିବ କି?

ହଁ । ତାଙ୍କୁ ସବୁଜ ଫର୍ମ ପୂରଣ କରି ତା ସହିତ ସମସ୍ତ ତଥ୍ୟ ଓ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ଗ୍ରାମପଞ୍ଚାୟତରେ ଉପଲବ୍ଧ ସବୁଜ ବାକ୍ସରେ ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୩ ତାରିଖ ମଧ୍ୟରେ ପକେଇବାକୁ ପଡ଼ିବ ।

୬୭ - ଜଣେ କ୍ଷୁଦ୍ର ଓ ନାମମାତ୍ର ଚାଷୀ/ ଭାଗଚାଷୀ / ଭୂମିହୀନ କୃଷି ଶ୍ରମିକଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରେ ନଥିବ ତେବେ ସେ ନାମ ସଂଯୋଗ ପାଇଁ ଆବେଦନ କରିପାରିବେ କି?

ହଁ । ସେ ସବୁଜ ଫର୍ମ ପୂରଣ କରି ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ଗ୍ରାମପଞ୍ଚାୟତରେ ଥିବା ସବୁଜ ବାକ୍ସରେ ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୩ ତାରିଖ ମଧ୍ୟରେ ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ପକାଇବେ ।

୬୮ - ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରୁ ହିତାଧିକାରୀଙ୍କ ନାମ ବାଦ୍ / ଅଭିଯୋଗ ପାଇଁ କୌଣସି ବ୍ୟବସ୍ଥା ଅଛି କି?

ହଁ । ବ୍ୟବସ୍ଥା ଅଛି । ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରୁ ରାଜ୍ୟ / କେନ୍ଦ୍ର / ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ବା ଅବସରପ୍ରାପ୍ତ କର୍ମଚାରୀ ତଥା ବଡଚାଷୀ, ଆୟକର ଦେଉଥିବା ଚାଷୀ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ଏବଂ ମୃତବ୍ୟକ୍ତିଙ୍କ ନାମ ବାଦ୍ ଦେବା କିମ୍ବା ଅଭିଯୋଗ ପାଇଁ ଜଣେ ବ୍ୟକ୍ତିବିଶେଷ ନାଲି ଫର୍ମ ପୂରଣ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ ନାଲି ବାକ୍ସରେ ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୩ ତାରିଖ ମଧ୍ୟରେ ପକାଇବେ ।

୬୯ - ଦଦ୍ୱିତୀୟ ପର୍ଯ୍ୟାୟରେ ପ୍ରକାଶିତ ଭୂମିହୀନ କୃଷି ଶ୍ରମିକମାନଙ୍କର ପ୍ରଥମ ଚିଠା ତାଲିକା ସମ୍ବନ୍ଧରେ ଅଭିଯୋଗ / ବାଦ ପାଇଁ କ'ଣ କରିବାକୁ ହେବ?

ଦ୍ୱିତୀୟ ପର୍ଯ୍ୟାୟ ପ୍ରକାଶିତ ଭୂମିହୀନ କୃଷି ଶ୍ରମିକମାନଙ୍କର ପ୍ରଥମ ଚିଠାତାଲିକା ସମ୍ବନ୍ଧରେ ଅଭିଯୋଗ / ବାଦ ପାଇଁ ନାଲି ଫର୍ମ ପୂରଣ କରି ତତ୍ ସହିତ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ଗ୍ରାମ ପଞ୍ଚାୟତରେ ଉପଲବ୍ଧ ନାଲି ବାକ୍ସରେ ପକାଇବେ । ରାଜ୍ୟ / କେନ୍ଦ୍ର / ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ବା ଅବସରପ୍ରାପ୍ତ କର୍ମଚାରୀ ତଥା ବଡ ଚାଷୀ, ଆୟକର ଦେଉଥିବା ଚାଷୀ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ଏବଂ ମୃତବ୍ୟକ୍ତିଙ୍କ ନାମ ଏହି ତାଲିକାରୁ ବାଦ୍ ପଡିବେ । ଏ ସମ୍ବନ୍ଧରେ ଯେ କୌଣସି ବ୍ୟକ୍ତି ଅଭିଯୋଗ ପାଇଁ ନାଲି ଫର୍ମ ବ୍ୟବହାର କରିପାରିବେ । ଏହି ପ୍ରକ୍ରିୟା ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।

୭୦ - ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ କାଳିଆ ଯୋଜନାର କୃଷି ପାଇଁ ସହାୟତା ରାଶି କେବେ ମିଳିବ?

ଦ୍ୱିତୀୟ ପର୍ଯ୍ୟାୟ ଚୂଡାନ୍ତ ତାଲିକାରେ ପ୍ରକାଶିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜମାଖାତାକୁ କାଳିଆ ଯୋଜନାର କୃଷି ପାଇଁ ସହାୟତା ରାଶି ଫେବ୍ରୁଆରୀ ୧୧, ୨୦୧୯ ତାରିଖ ଠାରୁ ପ୍ରେରଣ କରାଯିବ ।

୭୧- ପ୍ରଥମ ଚିଠାତାଲିକାରେ ପ୍ରକାଶିତ ଭୂମିହୀନ କୃଷି ଶ୍ରମିକମାନଙ୍କୁ କାଳିଆ ଯୋଜନାର ସହାୟତା କେବେ ମିଳିବ?

ପ୍ରଥମ ଚୂଡାନ୍ତ ତାଲିକା ପ୍ରକାଶିତ ହେବାକୁଥିବା ଭୂମିହୀନ କୃଷି ଶ୍ରମିକମାନଙ୍କର ଜୀବିକା ନିର୍ବାହ ପାଇଁ ସହାୟତା ରାଶି ଫେବୃଆରୀ ୭ ତାରିଖ, ୨୦୧୯ ଠାରୁ ପ୍ରେରଣ କରାଯିବ ।

୭୨- ଭୂମିହୀନ କୃଷିଶ୍ରମିକମାନଙ୍କ ଚିଠା ତାଲିକା କେଉଁ ଠାରେ ଉପଲବ୍ଧ ହେବ?

ଭୂମିହୀନ କୃଷି ଶ୍ରମିକମାନଙ୍କ ପ୍ରଥମ ଚିଠା ତାଲିକା ସମସ୍ତ ଗ୍ରାମପଞ୍ଚାୟତ / ପ୍ରାଥମିକ କୃଷି ସମବାୟ ସମିତି ଓ ଗ୍ରାମପଞ୍ଚାୟତର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୩ ତାରିଖ, ୨୦୧୯ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

୭୩- ଦ୍ୱିତୀୟ ପର୍ଯ୍ୟାୟ ଚିଠାତାଲିକାରେ ଭାଗଚାଷୀଙ୍କ ନାମ ନଥିଲେ ତାଙ୍କ ନାମ ସଂଯୋଗ ପାଇଁ କ'ଣ କରିବେ?

ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକାରେ ଜଣେ ଭାଗ ଚାଷୀଙ୍କର ନାମ ନଥିଲେ ନାମ ସଂଯୋଗ ପାଇଁ ସେ ସବୁଜ ଫର୍ମ ପୂରଣ କରି ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ଗ୍ରାମପଞ୍ଚାୟତରେ ଥିବା ସବୁଜ ବକ୍ସରେ ଜାନୁଆରୀ ୨୫ ତାରିଖ ଠାରୁ ଫେବୃଆରୀ ୩ ତାରିଖ ମଧ୍ୟରେ ପକାଇବେ ।

୭୪- ଦଭୂମିହୀନ କୃଷି ଶ୍ରମିକମାନଙ୍କୁ କାଳିଆ ଯୋଜନା ସହାୟତା ରାଶି ପାଇବା ପାଇଁ କେବେ ଆବେଦନ କରିବାକୁ ପଡ଼ିବ?

ଭୂମିହୀନ କୃଷି ଶ୍ରମିକମାନଙ୍କ ପ୍ରଥମ ଚିଠା ତାଲିକା ପ୍ରତି ଗ୍ରାମପଞ୍ଚାୟତ ପ୍ରାଥମିକ କୃଷି ସମବାୟ ସମିତିରେ ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ପ୍ରକାଶିତ ହେବ । ଏହି ତାଲିକାରେ ଯଦି କୌଣସି ଭୂମିହୀନ କୃଷି ଶ୍ରମିକଙ୍କ ନାମ ନଥିବ ତେବେ ସେ ସବୁଜ ଫର୍ମ ପୂରଣ କରି ଗ୍ରାମପଞ୍ଚାୟତରେ ଥିବା ସବୁଜ ବାକ୍ସରେ ପକାଇପାରିବେ ।

୭୫- ସରକାରୀ ଛୁଟି ଦିବସ ଯଥା ଜାନୁଆରୀ-୨୬, ରବିବାର ଓ ଅନ୍ୟାନ୍ୟ ଛୁଟି ଦିବସରେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ସହାୟତା ରାଶି ପ୍ରେରଣ କରାଯାଇ ପାରିବ କି?

ବ୍ୟାଙ୍କ ଛୁଟି ଦିବସ ବ୍ୟତୀତ ଅନ୍ୟ ସବୁ ଦିନରେ କାଳିଆ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପ୍ରେରଣ କରାଯିବ ।

୭୬- ଜଣେ ହିତାଧିକାରୀ ତାଙ୍କ ବ୍ୟାଙ୍କ ଜମା ଖାତାକୁ କାଳିଆ ଯୋଜନା ସହାୟତା ରାଶିର ପ୍ରେରଣ ହୋଇଥିବା ମେସେଜ ପାଇଛନ୍ତି କିନ୍ତୁ ତାଙ୍କ ବ୍ୟାଙ୍କ ଜମା ଖାତାରେ ସେହି ଟଙ୍କା ଉପଲବ୍ଧ ହୋଇନାହିଁ । ଏ କ୍ଷେତ୍ରରେ ହିତାଧିକାରୀ କ'ଣ କରିବେ?

ଏହି କ୍ଷେତ୍ରରେ ହିତାଧିକାରୀ ସଂପୃକ୍ତ ବ୍ୟାଙ୍କକୁ ଯାଇ ତାଙ୍କ ଜମା ଖାତା ସମ୍ବନ୍ଧରେ ସବିଶେଷ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇବେ । ଏତଦ୍ ବ୍ୟତୀତ ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମପଞ୍ଚାୟତ ନୋଡ଼ାଲ ଅଧିକାରୀଙ୍କୁ ଜଣାଇବେ ।

୯୦- କାଳିଆ ଛାତ୍ରବୃତ୍ତି କେଉଁମାନେ ପାଇବେ?

କାଳିଆ ଯୋଜନାରେ ସହାୟତା ପାଇଥିବା ହିତାଧିକାରୀଙ୍କ ସନ୍ତାନ / ସନ୍ତତିମାନେ ସରକାରୀ ଶିକ୍ଷାନୁଷ୍ଠାନ / ମହାବିଦ୍ୟାଳୟରେ ବୃତ୍ତିଗତ / ବୈଷୟିକ ଶିକ୍ଷା ଲାଭ ପାଇଁ କାଳିଆ ଛାତ୍ରବୃତ୍ତି ପାଇବେ ।

୯୧- କେଉଁ ବୃତ୍ତିଗତ / ବୈଷୟିକ ପାଠ୍ୟକ୍ରମ ପାଇଁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ?

ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ସରକାରୀ ମହାବିଦ୍ୟାଳୟ / ଶିକ୍ଷାନୁଷ୍ଠାନ / ବିଶ୍ୱବିଦ୍ୟାଳୟରେ ଯେ କୌଣସି ବୃତ୍ତିଗତ / ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମ ଯଥା:- ବି.ଇ. / ବି.ଟେକ୍. / ଏମ୍.ବି.ବି.ଏସ୍ / ବି.ଡି.ଏସ୍ / ବି.ସି.ଏ./ ବି.ଏଚ.ଏମ.ଏସ୍ / ବି.ଏ.ଏମ୍.ଏସ୍ / ବି.ଫାର୍ମା / ବି.ଏଚ.ସି (ନର୍ସିଂ) / ବି.ଏସ୍.ସି (ଏଗ୍ରିକଲଚର) / ବି.ଏସ୍.ସି (ହର୍ଟିକଲଚର) / ବି.ଭି.ଏସ୍.ସି / ପଲିଟେକ୍ନିକ୍ / ଆଇ.ଟି.ଆଇ. ଇତ୍ୟାଦି ଶିକ୍ଷାଲାଭ ପାଇଁ "କାଳିଆ ଛାତ୍ରବୃତି” ପ୍ରଦାନ କରାଯିବ ।

୯୨- "କାଳିଆ ଛାତ୍ରବୃତି” ପାଇଁ ଜଣେ ଛାତ୍ର / ଛାତ୍ରୀ କିପରି ଆବେଦନ କରିବେ ?

କାଳିଆ ଯୋଜନା ହିତାଧିକାରୀଙ୍କ ଯେଉଁ ସନ୍ତାନ ସନ୍ତତି "କାଳିଆ ଛାତ୍ରବୃତି” ପାଇଁ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରୁଥିବେ ସେମାନେ ଅନ୍ଲାଇନ୍ ଆବେଦନ ପଦ୍ଧତି ଙ୍ଗଙ୍ଗଙ୍ଗ.ଳବକ୍ଷସବ.ମକ୍ଟ.ସଦ୍ଭ/ଗ୍ଦମଷକ୍ଟକ୍ଷବକ୍ସଗ୍ଦଷସକ୍ଟ୍ର କୁ ଲଗଇନ୍ କରି ଆବେଦନ କରିବେ ।

୯୩- "କାଳିଆ ଛାତ୍ରବୃତି” ଆବେଦନ ପାଇଁ କ’ଣ କ’ଣ ପ୍ରମାଣପତ୍ର / ତଥ୍ୟ ଆବଶ୍ୟକ?

"କାଳିଆ ଛାତ୍ରବୃତି” ଆବେଦନ ପାଇଁ ନିମ୍ନଲିଖିତ ପ୍ରମାଣପତ୍ର ତଥ୍ୟ ଆବଶ୍ୟକ ।

  • (କ) ସ୍ଥାୟୀ ବାସିନ୍ଦା ଠିକଣା
  • (ଖ) ଛାତ୍ର / ଛାତ୍ରୀଙ୍କର ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ନକଲ (ଛାତ୍ରଛାତ୍ରୀଙ୍କର ନାମ, ବ୍ୟାଙ୍କ ଜମାଖାତାର ନଂ, ଆଇ.ଏଫ.ଏସ୍.ସି. କୋର୍ଡ)
  • (ଗ) ଶିକ୍ଷାନୁଷ୍ଠାନର ବିଷଦ ତଥ୍ୟ
  • (ଘ) ଛାତ୍ରଛାତ୍ରୀଙ୍କର ଆଧାରକାର୍ଡ ନଂ
  • (ଙ) ପିତାମାତାଙ୍କର ଆଧାରକାର୍ଡ ନଂ

୯୪- "କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ କେତେ ପରିମାଣର ଛାତ୍ରବୃତି ପାଇପାରିବେ?

"କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ କଲେଜ / ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଫି, ହଷ୍ଟେଲ ଫି ଓ ମେସ୍ ଖର୍ଚ୍ଚ ପାଇଁ ଆବଶ୍ୟକ ପଡୁଥିବା ରାଶି ପାଇବେ ।

୯୫- "କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ ଛାତ୍ରବୃତି ପରିମାଣ କିପରି ପାଇବେ?

"କାଳିଆ ଛାତ୍ରବୃତି” ଯୋଜନାର ଛାତ୍ରବୃତି ରାଶି ଛାତ୍ର / ଛାତ୍ରୀଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପ୍ରେରଣ କରାଯିବ ।

୯୬- ଜଣେ ଛାତ୍ର / ଛାତ୍ରୀ ସରକାରୀ କଲେଜ / ବୈଷୟିକ ପାଠ୍ୟକ୍ରମ ନିୟମିତ କୋର୍ସରେ ପାଠ ପଢୁଥିବେ ତେବେ ସେ "କାଳିଆ ଛାତ୍ରବୃତି” ପାଇବେ ପାରିବେ କି?

ହଁ, ଜଣେ ଛାତ୍ର / ଛାତ୍ରୀ ସରକାରୀ କଲେଜ / ବୈଷୟିକ ଅନୁଷ୍ଠାନ (ନିୟମିତ କୋର୍ସ)ରେ ପାଠ ପଢୁଥିବେ ତେବେ "କାଳିଆ ଛାତ୍ରବୃତି” ଯୋଜନାରେ ଯୋଗାଇ ଦିଆଯାଉଥିବା ଛାତ୍ରବୃତି ରାଶି ଯଥା ପାଠ୍ୟକ୍ରମ ଫି, ହଷ୍ଟେଲ ଫି ଓ ମେସ୍ ଖର୍ଚ୍ଚ ପାଇବେ ।

୯୭ - ଜଣେ କୃଷକଙ୍କ ଜମି ଏକାଧିକ ସ୍ଥାନରେ ଥିଲେ ସେ କିପରି ଏହି ଯୋଜନାରେ ସାମିଲ ହୋଇପାରିବେ ?

ଯଦି କୌଣସି ଚାଷୀଙ୍କର ଜମି ଏକାଧିକ ସ୍ଥାନରେ ଥିବ ତାହେଲେ ସେ ଯେକୌଣସି ଗୋଟିଏ ମାତ୍ର ସ୍ଥାନରୁ ଏହି ସୁବିଧା ପାଇପାରିବେ । ସେ ତାଙ୍କର ନିଜସ୍ୱ ଗ୍ରାମପଞ୍ଚାୟତରେ ଆବେଦନ କରି ଏହି ଯୋଜନାରେ ସାମିଲ ହୋଇପାରିବେ ।

୯୮ - ଗ୍ରାମପଞ୍ଚାୟତରେ ସବୁଜ ଫର୍ମ ଉପଲବ୍ଧ ହେବାର ଶେଷ ତାରିଖ କିଛି ଅଛି କି ?

ସମସ୍ତ ଗ୍ରାମପଞ୍ଚାୟତରେ ଦୁଇଟି ପର୍ଯ୍ୟାୟରେ ସବୁଜ ଫର୍ମ ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ସବୁଜ ଫର୍ମ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମପଞ୍ଚ।ୟତରେ ଉପଲବ୍ଧ ହେବ ।

୯୯ - ଗ୍ରାମପଞ୍ଚାୟତରେ ସବୁଜ ଫର୍ମ ଉପଲବ୍ଧ ହେଉନାହିଁ । ଏହାର ପ୍ରତିକାର କଣ ?

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ସବୁଜ ଫର୍ମ ଉପଲବ୍ଧ ହେବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି । ଯଦି ଗ୍ରାମପଞ୍ଚାୟତରେ ସବୁଜ ଫର୍ମ ଉପଲବ୍ଧ ନଥାଏ ତେବେ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଉପ ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ ।

୧00 - ନଗରପାଳିକା କିମ୍ବା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ସବୁଜ ଫର୍ମ ମିଳିପାରିବ କି ?

ସବୁଜ ଫର୍ମ କେବଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମିଳିପାରିବ ।

୧0୧ - ସବୁଜ ଫର୍ମ ସହିତ କଣ କଣ ପ୍ରମାଣ ପତ୍ର ସଂଲଗ୍ନ କରିବା ଆବଶ୍ୟକ ?

ସବୁଜ ଫର୍ମ ସହିତ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତାର ପ୍ରଥମ ପୃଷ୍ଠା ଓ ଜମି ପଟ୍ଟାର ନକଲ ସହିତ ଯେକୌଣସି ଚାଷୀ ପ୍ରମାଣପତ୍ରର ନକଲ ସଂଲଗ୍ନ କରି ଆବେଦନ କରନ୍ତୁ । ଚାଷୀ ପ୍ରମାଣ ପତ୍ର ଭାବରେ କିଷାନ କ୍ରେଡିଟ କାର୍ଡ / ଜମି ଖତିୟାନ / ରାଜସ୍ୱ ବିଭାଗ ପ୍ରଦତ୍ତ ଚାଷୀ ପ୍ରମାଣ ପତ୍ର / ଚଳନ୍ତି ଖଜଣା ପାଉତି / ରାଜସ୍ୱ ବିଭାଗ ପ୍ରଦତ୍ତ ଜମି ପାସ୍ ବହି କିମ୍ବା ଲିଜ୍ ଜମିର ପ୍ରମାଣ ପତ୍ର ଭିତରୁ ଯେକୌଣସି ଗୋଟିକର ନକଲ ଦେଇପାରିବେ ।

୧0୨ - ଭୂମିହୀନ ଚାଷୀଙ୍କ ତାଲିକା କେବେ ପ୍ରକାଶ କରାଯିବ?

ଏହି ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଅଛି । ନିକଟ ଭବିଷ୍ୟତରେ ଏହା ପ୍ରକାଶ କରାଯିବ ।

୧0୩ - ସବୁଜ ଫର୍ମ ପାଇବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ କି ?

ସବୁଜ ଫର୍ମ ବିନା ମୂଲ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଅଛି । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

୧0୪ - ଜଣେ ଚାଷୀ କୌଣସି ସମବାୟ ସମିତିରୁ ଋଣ ନେଇଥିଲେ ସେ କାଳିଆ ଯୋଜନାର ସୁବିଧା ପାଇପାରିବେ କି ?

ଜଣେ ଚାଷୀ କୌଣସି ସମବାୟ ସମିତିରୁ ଋଣ ନେଇଥିଲେ କୃଷି ପାଇଁ କୃଷକ ସହାୟତା ଯୋଜନାରେ ସେ ସହାୟତା ପାଇପାରିବେ ।

୧0୫ - ୧୬- ୨୦୧୮-୧୯ ରବିଋତୁ ଠାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ଯୋଜନାରେ ଚାଷକାର୍ଯ୍ୟ ପାଇଁ ସହାୟତା ପାଇପାରିବେ କି?

ହଁ, ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୨୦୧୮-୧୯ ରବିଋତୁ ରୁ ଚାଷକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପାଇବେ ।

ଆପଣଙ୍କ ପ୍ରଶ୍ନ ଭିଡିଓ

Krushak Assistance for Livelihood and income Augmentation Scheme (1)

Download

କାଳିଆ ଯୋଜନାର ସୁବିଧା କଣ ଓ କାହାପାଇଁ ? | KALIA Scheme - FAQs (Part-I)

Krushak Assistance for Livelihood and income Augmentation Scheme (2)

Download

କାଳିଆ ଯୋଜନା କ'ଣ, କେମିତି ? | KALIA Scheme - FAQs (Part-II)

Krushak Assistance for Livelihood and income Augmentation Scheme (3)

Download

କାଳିଆ ଯୋଜନାରେ ନା' ନଥିଲେ କ'ଣ କରିବେ ? | KALIA Scheme - FAQs (Part-III)

Krushak Assistance for Livelihood and income Augmentation Scheme (4)

Download

କାଳିଆ ଯୋଜନା ସମ୍ପର୍କିତ ଅଭିଯୋଗ କିପରି କରିବେ? କାଳିଆ ବାର୍ତ୍ତା କ'ଣ? | KALIA Scheme - FAQs (Part-IV)

Krushak Assistance for Livelihood and income Augmentation Scheme (2024)

References

Top Articles
Latest Posts
Article information

Author: Eusebia Nader

Last Updated:

Views: 6221

Rating: 5 / 5 (80 voted)

Reviews: 95% of readers found this page helpful

Author information

Name: Eusebia Nader

Birthday: 1994-11-11

Address: Apt. 721 977 Ebert Meadows, Jereville, GA 73618-6603

Phone: +2316203969400

Job: International Farming Consultant

Hobby: Reading, Photography, Shooting, Singing, Magic, Kayaking, Mushroom hunting

Introduction: My name is Eusebia Nader, I am a encouraging, brainy, lively, nice, famous, healthy, clever person who loves writing and wants to share my knowledge and understanding with you.